ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ନଭେମ୍ବର ୬ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଯାଇଛି। ଦେଶମୁଖଙ୍କୁ ସେସନ ବିଚାରପତି ପୀ ବୀ ଯାଦବଙ୍କ ସମ୍ମୁଖରେ ହାଜର କରି ପଚରାଉଚୁରା ପାଇଁ ଇଡି ରିମାଣ୍ଡ ମାଗିଥିଲା। ପରେ ଅଦାଲତ ତାଙ୍କୁ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି। ଶୁଣାଣି ସମୟରେ ଦେଶମୁଖଙ୍କ ଓକିଲ ୨ଟି ଦାବି କରିଥିଲେ। ଏଥିରେ ଜେରା ସମୟରେ ଦେଶମୁଖଙ୍କ ଓକିଲ ଉପସ୍ଥିତ ରହିବା ସହ ଘର ଖାଦ୍ୟ ଓ ଔଷଧକୁ ଅନୁମତି ଦେବା ପାଇଁ କୁହାଯାଇଥିଲା। ଅଦାଲତ ଏହି ୨ଟି ଦାବିକୁ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ, ଅନୀଲ ଦେଶମୁଖଙ୍କୁ ଇଡି ୧୨ ଘଣ୍ଟା ଜେରା କରିବା ପରେ ବିଳମ୍ବିତ ରାତିରେ ଗିରଫ କରିଥିଲା। ଇଡି ଅଫିସରେ ରାତି ବିତାଇବା ପରେ ସକାଳ ୧୦ଟାରେ ମେଡିକାଲ ଟେଷ୍ଟ ପାଇଁ ହସ୍ପିଟାଲ ନିଆଯାଇଥିଲା।