ରିଆମାଳ ବ୍ଲକ ସମ୍ମୁଖରେ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ଧାରଣା

ରିଆମାଳ,ଏନ୍‌ଏନ୍‌ଏସ୍‌: ଓଡ଼ିଶା ଅଙ୍ଗନବାଡି ସଂଘର ଆହ୍ୱାନକ୍ରମେ ରିଆମାଳ ବ୍ଲକ ଅଙ୍ଗନବାଡ଼ି ସଂଘ ଆଜି ୮ ଦଫା ଦାବୀ ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଅଙ୍ଗନବାଡି ବ୍ଲକ ସଭାପତି ମଞ୍ଜୁବାଳା ବାରିକଙ୍କ ତତ୍ୱାବଧାନରେ ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ବ୍ଲକ ପରିସରରେ ପହଞ୍ଚିବା ପରେ ମହାତ୍ମା ଗାନ୍ଧୀଙ୍କ ପଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଧାରଣା ଆରମ୍ଭ କରିଛନ୍ତି । ଏଥିରେ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ମିନି ଅଙ୍ଗନୱାଡି କର୍ମୀଙ୍କୁ ଉଛେଦ କରି ମୁଖ୍ୟ ଅଙ୍ଗନବାଡି କର୍ମୀ ପ୍ରଦାନ, ଅବସର ସମୟରେ ସରକାରଙ୍କ ପକ୍ଷରୁ ୫ଲକ୍ଷ ସହାୟତା ରାଶି ପ୍ରଦାନ, ଗାଁ କଲ୍ୟାଣ ସମିତିରୁ ବାଦ ଓ ଅଙ୍ଗନବାଡି କର୍ମୀଙ୍କୁ ପ୍ରି-ପ୍ରାଇମେରୀ ଶିକ୍ଷକ ମାନ୍ୟତା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଅଞ୍ଜଳି ସାହୁ, ମୋନାଲିସା ଗଡ଼ନାୟକ, ସବିତା କିସାନ, ସଞ୍ଜୁଲତା ଦାଶ, ଭାରତୀ ପ୍ରଧାନ, ବୃନ୍ଦାବତୀ ସ୍ୱାଇଁ, ଇନ୍ଦୀରା ଦେହୁରୀ ଓ ରଶ୍ମିତା ପ୍ରଧାନଙ୍କ ସମେତ ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଧାରଣାରେ ବସିଛନ୍ତି ।