ସିଡ୍ନୀ,ଏନ୍ଏନ୍ଏସ୍: କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହେବା କାରଣରୁ “ଷ୍ଟାର୍ ୱାର୍ସ’ର ଅଭିନେତା ଆଣ୍ଡ୍ରିଉ ଜ୍ୟାକ୍ ବ୍ରିଟେନରେ ପରଲୋକ ଗମନ କରିଥିବା କଥା ତାଙ୍କ ଏଜେଣ୍ଟ୍ ବୁଧବାର ପ୍ରକାଶ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ‘ଭାଷା’ ତାଲିମଦାତା ଭାବେ କାର୍ୟ୍ୟ କରୁଥିବା ଅଭିନେତା
ଜ୍ୟାକ୍ ମଙ୍ଗଳବାର ଦିନ ସରେସ୍ଥିତ ଏକ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା କଥା ତାଙ୍କ ଏଜେଣ୍ଟ୍ ଜିଲ୍ ମ୍ୟାକ୍ କଲଗ୍ ଏକ ବିବୃତିରେ କହଛନ୍ତି । ଆଣ୍ଡ୍ର୍ୟୁ ସ୍ବାଧୀନ ଚିନ୍ତାଧାରାର ବ୍ୟକ୍ତି ଥିଲେ ଏବଂ ସେ ତାଙ୍କ ପତ୍ନୀଙ୍କୁ ବହୁତ ଭଲ ପାଉଥିଲେ। କିନ୍ତୁ ମୃତ୍ୟୁ ବେଳକୁ ସେ ତାଙ୍କ ପତ୍ନୀଙ୍କୁ ଦେଖିପାରି ନ ଥିଲେ। କାରଣ ତାଙ୍କ ପତ୍ନୀ ଅଷ୍ଟ୍ରେଲିଆରେ କ୍ବାରେଣ୍ଟାଇନରେ ରହିଛନ୍ତି।
ଷ୍ଟାର ୱାର୍ସ ଅଭିନେତା ଗ୍ରେଗ୍ ଗୁନବର୍ଗ କହିଛନ୍ତି ଯେ, ସେ ଆଣ୍ଡ୍ର୍ୟୁଙ୍କ ମୃତ୍ୟୁ ଖବର ଶୁଣି ଅତ୍ୟନ୍ତ ମର୍ମାହତ। ଆଣ୍ଡ୍ର୍ୟୁ ଜଣେ ଚମତ୍କାର, ଦକ୍ଷ ଏବଂ ଭଦ୍ରବ୍ୟକ୍ତି ବୋଲି ସେ ବର୍ଣ୍ଣନା କରିଛନ୍ତି। ଷ୍ଟାର ୱାର୍ସର ଅଷ୍ଟମ ଏପିସୋଡ୍- ‘ଦ ଲାଷ୍ଟ ଜେଡି’ରେ ଜେନେରାଲ ଏମାଟ ଭୂମିକାରେ ଅଭିନୟ କରିଥିଲେ। ‘ସୋଲୋ- ଏ ଷ୍ଟାର ୱାର ଷ୍ଟୋରୀ’ ଓ ‘ଷ୍ଟାର ୱାର୍ସ: ଏପିସୋଡ୍ ୭- ଦ ଫୋର୍ସ ଆୱେକେନ୍ସ’ ମଧ୍ୟରେ ସେ ନଜର ଆସିଥିଲେ।