ବିଶ୍ୱଭୂଷଣ ହରିଚନ୍ଦନ: ପୋଲାଭରାମ ସମସ୍ୟା ସମାଧାନ ପାଇଁ ହେବ ଉଦ୍ୟମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ। ଏହି ପରିପ୍ରେକ୍ଷୀରେ ସେ ରବିବାର ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ୨୦ମିନିଟ କାଳ ମନ୍ଦିର ବେଢ଼ା ବୁଲିଥିଲେ। ମନ୍ଦିର ସେବାୟତ କମଳାକାନ୍ତ ବଡ଼ୁ ଠାକୁରଙ୍କୁ ଦର୍ଶନ କରାଇଥିଲେ।

ଏହି ପରିପ୍ରେକ୍ଷୀରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ପୋଲାଭରମ ପ୍ରକଳ୍ପ ବିବାଦର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଥିଲେ।