ବସ୍‌ ଚଲାଇବା ବେଳେ ଚାଲିଗଲା ଡ୍ରାଇଭରର ଜୀବନ, ସୁରକ୍ଷିତ ଯାତ୍ରୀ

ଭୁବନେଶ୍ୱରରୁ ଦାମନଯୋଡିଆସୁଥିବା ରିଲାଏନ୍ସ ବସର ଡ୍ରାଇଭର୍ର ରବିବାର ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଉକ୍ତ ବସ ଡ୍ରାଇଭର ଯୋଗୀ ସେଠୀ ଗାଡି ଚଳାଉଥିବା ବେଳେ ଆନ୍ଧ୍ରପ୍ରଦେଶର ଟେକିଲି ନିକଟରେ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ସେ ରାସ୍ତାକଡ଼ରେ ବସଟିକୁ ରଖିଦେଇଥିଲେ।

ପରେ ବସ କଣ୍ଡକ୍ଟର ଓ ଅନ୍ୟମାନେ ଯୋଗୀଙ୍କୁ ଆନ୍ଧ୍ରପ୍ରଦେଶର ଟେକିଲି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଶବ ବ୍ୟବଚ୍ଛେଦ ଚାଲିଥିବାବେଳେ ମୃତ ଡ୍ରାଇଭର ଜଣଙ୍କ ଭଞ୍ଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ସେହିପରି ସେଠାରୁ ଯାତ୍ରୀମାନଙ୍କୁ ଅନ୍ୟ ଏକ ବସରେ ଗନ୍ତବ୍ୟ ସ୍ଥାନକୁ ପଠାଯାଇଛି।