ଯାଜପୁର ଜିଲ୍ଲାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ଯାଜପୁର : ମଙ୍ଗଳବାର ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲାର ହୋଇଥିବା ଜଣାପଡିଛି । ଏ ନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଏହା ଯାଜପୁର ଜିଲ୍ଲାରେ ଦ୍ୱିତୀୟ କରୋନା ପଜିଟିଭ୍ ମାମଲା ବୋଲି ଜଣାଯାଇଛି। ନିକଟରେ ଏହି କରୋନା ଆକ୍ରାନ୍ତ ଜଣକ କଲିକତାରୁ ଫେରିଥିଲେ ଏବଂ ଘରେ ହୋମ କ୍ୱାରେଂଟାଇନରେ ରହିଥିଲେ । ତାଙ୍କ ରକ୍ତ ନମୁନା କରୋନା ପଜିଟିଭ୍ ଆସିବା ପରେ ତାଙ୍କୁ କଟକ ଅଶ୍ୱିନ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଯାଜପୁର ଜିଲ୍ଲାର ସାନିତ୍ରିଲୋଚନପୁର ଓ ସଇପୁରର କିଛି ଅଂଚଳକୁ କଂଟେନମେଂଟଣ୍ଟଜୋନ ଘୋଷିତ କରାଯାଇଛି।

ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ଅଂଚଳକୁ ସାନିଟାଇଜ କରାଯିବାର ବ୍ୟବସ୍ଥା କରାଯିବା ସହ ଆକ୍ରାନ୍ତଙ୍କ ସଂପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯିବା ପାଇଁ ପକ୍ରିୟା ଆରମ୍ଭ ହୋଇଛିସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତିମାନଙ୍କୁ ଠାବ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରୀ ରହିଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୫୬ ଛୁଇଁଛି।