ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଆଉ ଜଣେ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ହେଉଛନ୍ତି ଭୁବନେଶ୍ୱରର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା। କରୋନାରେ ଆକ୍ରାନ୍ତ ହୋଇଥିବା ସମ୍ପର୍କରେ ଖୋଦ ଶ୍ରୀ ଜେନା ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ରିପୋର୍ଟ ପଜିଟିଭ ପରେ ସେ ହୋମ କ୍ୱାରେଣ୍ଟାଇନରେ ଥିବା କହିଛନ୍ତି। ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା କରାଇ ନେବାକୁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି।
ସୂଚନାନୁସାରେ, ଏହା ପୂର୍ବରୁ ରାଜ୍ୟରେ ପ୍ରଥମ ମନ୍ତ୍ରୀ ଭାବରେ ସୁଶାନ୍ତ ସିଂ କରୋନା ସଂକ୍ରମିତ ହୋଇଥିଲେ। ଏହାସହ ନୀଳଗିରି ବିଧାୟକ, ସାଲେପୁର ବିଧାୟକ, ରେମୁଣା ବିଧାୟକ ଏବଂ ପୋଲସରା ବିଧାୟକଙ୍କୁ ଭୂତାଣୁ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।