ଅନନ୍ତ ବିଜୟ ପଟ୍ଟନାୟକଙ୍କ ହେଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳସଚିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିର୍ଘ ଦିନ ହେବ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳସଚିବ ପଦବୀ ଖାଲି ପଡ଼ିବା ପରେ ବିରିଷ୍ଟ ଓଏଏସ୍ ଅଫିସର ଅନନ୍ତ ବିଜୟ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ କୁଳସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ସଂସ୍କୃତି ବିଶ୍ୱବିଦ୍ୟାଳୟର ବିକାଶ ଏବଂ ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ମୌଳିକ ସୁବିଧା ସୁଯୋଗ ପାଇପାରିବେ ସେ ଦିଗରେ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

କଳା, ଚିତ୍ରକଳା, ନୃତ୍ୟ, ସଙ୍ଗୀତ ସମେତ ବିଭିନ୍ନ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ଏବଂ ଗବେଷଣାର ସୁଯୋଗ ଏଠାରେ ମିଳୁଥିବାରୁ ରାଜ୍ୟ ବାହାରୁ ଅନେକ ମେଧାବୀ ଛାତ୍ରଛାତ୍ରୀ ଏଠାରେ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ଏଠାରେ ଗବେଷଣାକୁ ଯେପରି ସର୍ବାଧିକ ଗୁରୁତ୍ୱ ଦିଆଯିବ ସେ ଦିଗରେ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
-ଅନନ୍ତ ବିଜୟ ପଟ୍ଟନାୟକ

୧୯୯୬ ମସିହା ଜୁଲାଇ ୧ରେ ରେଭିନ୍ୟୁ ବିଭାଗରେ ନିଯୁକ୍ତି ପାଇଥିଲେ। ପରେ କଟକ ଜିଲ୍ଲାର ନିଆଳିରେ ଅତିରିକ୍ତ ତହସିଲଦାର ଭାବେ ନିଯୁକ୍ତି ହୋଇଥିଲେ। ପରେ ୨୦୦୦ରୁ ୨୦୦୬ ମସିହା ପର୍ଯ୍ୟନ୍ତ ଇଡକୋରେ ଡେପୁଟି ମ୍ୟାନେଜର, ଭୁବନେଶ୍ୱର ଅତିରିକ୍ତ ତହସିଲଦାର, ୨୦୦୬ରୁ ୨୦୧୬ ପର୍ଯ୍ୟନ୍ତ ରେଭିନ୍ୟୁ ବିଭାଗରେ ନିଯୁକ୍ତ ହେବା ପରେ ୨୦୧୬ରେ ସୁନ୍ଦରଗଡ଼ ଜିଲ୍ଲାରେ ଆଇଟିଡିଏରେ ପ୍ରକଳ୍ପ ପ୍ରଶାସକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ ଅଭିଜ୍ଞତା ଏବଂ ପ୍ରଶାସନିକ କ୍ଷେତ୍ରରେ ତାଙ୍କର ଦକ୍ଷତାକୁ ନଜର ଦେଇ ତାଙ୍କୁ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ସରକାର ନିଯୁକ୍ତ କରିଛନ୍ତି।