ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓଡ଼ିଶା ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବିବାହ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଅନନ୍ତ ଓଡ଼ିଶା ଆସିଛନ୍ତି । ଅନନ୍ତଙ୍କ ସୁରକ୍ଷା ପାଇଁ ମୁମ୍ବାଇର ଏକ ପୁଲିସ ଟିମ୍ ଏବଂ ଓଡ଼ିଶା ପୁଲିସ ଟିମ୍ ଏୟାର ପୋର୍ଟରେ ଉପସ୍ଥିତ ଥିଲେ । ଏହି ସମୟରେ ଅନନ୍ତଙ୍କ ସହ ତାଙ୍କ ପରିବାରର ଅନ୍ୟ କୌଣସି ସଦସ୍ୟ ନଥିଲେ ।
ସୂଚନାଯୋଗ୍ୟ, ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚେଣ୍ଟଙ୍କ ନିର୍ବନ୍ଧ ଗତ ୧୯ ତାରିଖରେ ଶେଷ ହୋଇଛି । ସେଥିପାଇଁ ବିବାହ ପୂର୍ବରୁ ଅନନ୍ତ ଦେବାଦେବୀଙ୍କ ଦର୍ଶନ କରୁଛନ୍ତି । ଏହିକ୍ରମେ ଗତକାଲି ଆସାମର ଗୌହାଟ୍ଟୀସ୍ଥିତ କାମାକ୍ଷା ପୀଠ ଯାଇଥିଲେ ।