ଅଷ୍ଟ୍ରେଲିଆ ବିରୋଧରେ ଡେବ୍ୟୁ କରିଥିବା ୬ ଖେଳାଳିଙ୍କୁ ଶାନଦାର କାର ଭେଟିବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଭାରତ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଛି। ଖେଳାଳିଙ୍କ ଏଭଳି ଶାନଦାର ପ୍ରଦର୍ଶନ ପରେ ଆନନ୍ଦ ମହିନ୍ଦ୍ରା ସେମାନଙ୍କ ଲାଗି ଉପହାର ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ବିରୋଧରେ ନିଜ ପଦାର୍ପଣ ମ୍ୟାଚ୍ ଖେଳିଥିବା ୬ ଜଣ ଖେଳାଳିଙ୍କୁ ମହିନ୍ଦ୍ରା ଥାର ଶୁଭ୍ ଭେଟିବେ ବୋଲ ଆନନ୍ଦ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହି ୬ଜଣ ଖେଳାଲି ହେଲେ ମହମ୍ମଦ ସିରାଜ, ଶର୍ଦୁଲ ଠାକୁର, ଟି. ନଟରାଜନ, ୱାଶିଂଟନ୍ ସୁନ୍ଦର, ଶୁଭମ ଗିଲ, ନବଦୀବ ସେନୀ।

ସୂଚନାଯୋଗ୍ୟ, ଏହା ପ୍ରଥମଥର ନୁହେଁ ଯେତେବେଳେ ଆନନ୍ଦ ମହିନ୍ଦ୍ର ଖେଳାଳିଙ୍କୁ ଉପହାର ଦେଉଛନ୍ତି। ଏହାପୂର୍ବରୁ ମଧ୍ୟ ମନବୋଳ ବଢ଼ାଇବା ପାଇଁ ସେ ଅନେକ ଖେଳାଳିଙ୍କୁ ଉପହାର ଦେଇଛନ୍ତି।