ନୂଆଦିଲ୍ଲୀ: ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ତାଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି। ଏହାପୂର୍ବରୁ ପୁଲିସ ତାଙ୍କୁ ୧୨ ଘଣ୍ଟା ପଚରାଉଚୁରା କରିଥିଲା। ସୁତ୍ର ମୁତାବକ, ସୁଇସାଇଡ ନୋଟ ଦେଖାଇ ଆନନ୍ଦଙ୍କୁ ପୁଲିସ ଭିନ୍ନ ଭିନ୍ନ ପ୍ରଶ୍ନ ପଚରାଥିଲା। ଅନ୍ୟପଟେ ମୋତେ ଫସାଯାଉଛି ବୋଲି ଆନନ୍ଦ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରୟାଗରାଜର ସିଜେଏମ୍ କୋର୍ଟ ଆନନ୍ଦ ଗିରିଙ୍କୁ ବିଚାରବିଭାଗୀୟ ହେପାଜତଙ୍କୁ ପଠାଇଛନ୍ତି। ଆନନ୍ଦଙ୍କ ବ୍ୟତୀତ ହନୁମାନ ମନ୍ଦିର ମୁଖ୍ୟ ପୂଜକ ଆଧ୍ୟା ତିୱାରୀଙ୍କୁ ମଧ୍ୟ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଛି। ଦୁହିଁଙ୍କୁ ପ୍ରୟାଗରାଜର ନୈନୀ ସେଣ୍ଟ୍ରାଲ ଜେଲ ପଠାଯାଇଥିବା ଜଣାପଡ଼ିଛି।