ନନ୍ଦନକାନରେ ନୂଆ ଅତିଥି ଆନାକୋଣ୍ଡା

ଭୁବନେଶ୍ୱର , ଏନ୍ଏନ୍ଏସ୍ : ନନ୍ଦନକାନରେ ପହଂଚିଲା ଆନାକୋଣ୍ଡା ସାପ। ମାଡ୍ରାସ କ୍ରୋକଡାଇଲ ବ୍ୟାଙ୍କରୁ ଆସିଲା ଆନାକୋଣ୍ଡା। ମୋଟ ୮ଟି ହଳଦିଆ ଆନାକୋଣ୍ଡା ପହଂଚିଲା। ଏହି ୮ଟି ଆନାକୋଣ୍ଡା ମଧ୍ୟରେ ୪ଟି ଅଣ୍ଡିରା ଓ ୪ଟି ମାଈ ଅଛନ୍ତି। ଆନାକୋଣ୍ଡା ସହ ୩ଟି ନାଇଲ କୁମ୍ଭୀର ମଧ୍ୟ ପହଂଚିଲା।