ମୁମ୍ବାଇ: ତେଲେଙ୍ଗାନାର ନାଲଗୋଣ୍ଡାରେ ପେଦ୍ୟାପୁର ମଣ୍ଡଳର ତୁଙ୍ଗାତୁରତୀ ଗାଁରେ ଏକ ଘରୋଇ ଏଭିଏସନ ଟ୍ରେନିଙ୍ଗ ଇନଷ୍ଟିଚ୍ୟୁଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ଜଣେ ଟ୍ରେନି ମହିଳା ପାଇଲଟଙ୍କ ମୃତ୍ୟୁ ହୋଇଛି। ଗ୍ରାମବାସୀ କ୍ଷେତରେ ବିସ୍ଫୋରଣ ଓ ନିଆଁକୁ ଦେଖି ପୁଲିସକୁ ସୂଚନା ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ । ଘଟଣାସ୍ଥଳରେ ପୁଲିସ ମହଜୁଦ ରହିଥିବା ଜଣାପଡ଼ିଛି ।
ପୁଲିସ ମୁତାବକ, ଘଟଣାସ୍ଥଳରୁ ମହିଳା ପାଇଲଟଙ୍କ ଶବ ଜବତ ହୋଇଛି । ମୃତ ମହିଳା ଜଣକ ତାମିଲନାଡ଼ୁର ମହିମା ହୋଇଥିବାବେଳେ ସେ ଆଜି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ମାଚେରଲାରୁ ଉଡ଼ାଣ ଭରିଥିଲେ । ଏହି ବିମାନ ହାଇଦ୍ରାବାଦସ୍ଥିତ ଏକ ଏଭିଏସନ କମ୍ପାନୀର ବୋଲି ଜଣାପଡ଼ିଛି ।