ନୂଆଦିଲ୍ଲୀ,ଏଜେନ୍ସି: ବିଜୟା ଦଶମୀରେ ରାଜନାଥଙ୍କ ସିଂ ସେନାମୁଖ୍ୟ ମନୋଜ ମୁକୁନ୍ଦ ନରୱଣେଙ୍କ ସହ ମିଶି ଶସ୍ତ୍ର ପୂଜା କରିଛନ୍ତି । ଏହି ଅବସରରେ ରାଜନାଥ ସିଂ କହିଛନ୍ତି, ଚୀନ ସହ ଉତ୍ତେଜନା କମ କରିବା ଓ ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଚାହୁଁଛି ।
ଭାରତର ଗୋଟିଏ ଇଞ୍ଚ ଜମିକୁ କାହାକୁ ଦିଆଯିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ବିଜୟାଦଶମୀ ପାଇଁ ରାଜନାଥ ସିଂ ଏବେ ପଶ୍ଚିମବଙ୍ଗ ଓ ସିକ୍କିମ ଗସ୍ତରେ ଅଛନ୍ତି । ଚୀନ ଉପରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଉତ୍ତେଜନା ତଥା ଅତ୍ୟଧିକ ଶୀତରେ ସୀମାରେ କଡା ପ୍ରହରୀ ଦେଉଥିବା ଭାରତୀୟ ଯବାନଙ୍କ ଆତ୍ମବିଶ୍ୱାସ ବଢାଇବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସିକ୍କିମରେ ଥିବା ଏଲ ଏ ସି ପରିଦର୍ଶନ କରିଛନ୍ତି ।