ରାସ୍ତା ଉପରେ ଓଲଟି ପଡ଼ିଲା ଆମୋନିଆ ଭର୍ତ୍ତି ଗ୍ୟାସ୍ ଟ୍ୟାଙ୍କର

ଖଲିକୋଟ,ଏନ୍ଏନ୍ଏସ୍: ଖଲିକଟ ହୁମାଫାଣ୍ଡି ନିକଟ ପୁଇଁତଳା ଛକ ଜାତୀୟ ରାଜପଥରେ ଆଜି ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଛି। ଏହି ଗ୍ୟାସ ଟ୍ୟାଙ୍କରରେ ଆମୋନିଆ ଗ୍ୟାସ୍ ଭର୍ତ୍ତି ଥିଲା। ଘଟଣାସ୍ଥଳରେ ଫାଣ୍ଡି ପୁଲିସ ପହଞ୍ଚି ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେଉନଥିବା ସୂଚନା ଦେଇଛନ୍ତି।

ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି। ଗ୍ୟାସ ଟ୍ୟାଙ୍କରଟି ରାଜପଥରେ ମଝିରେ ଓଲଟି ପଡ଼ିଥିବାରୁ କିଛି ସମୟ ପାଇଁ ଯାତାୟାତ ମଧ୍ୟ ଠପ୍ ହୋଇଯାଇଥିଲା।