୭୭ ବର୍ଷରେ ବିଗ୍‌-ବି ଅମିତାଭ ବଚନ

ଭୁବନେଶ୍ୱର,ଏନ୍ଏନ୍ଏସ୍ବିଗ୍‌– ବି ଅମିତାଭ ବଚନଙ୍କ ଆଜି ୭୭ତମ ଜନ୍ମ ଦିବସ। ୧୯୪୨ ଅକ୍ଟୋବର ୧୧ ତାରିଖରେ ଅମିତାଭ ବଚନ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ଦୀର୍ଘ ୫୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି  ସେ ୧୯୦ଟି ଚଳଚ୍ଚିତ୍ରରେ ଅଭିନୟ କରି ଏକ ଅଭୁଲା କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ଜଞ୍ଜିର, ଦିୱାରସୋଲେବାଗବାନ ପ୍ରଭୃତି ତାଙ୍କର ପ୍ରମୁଖ ଚଳଚ୍ଚିତ୍ର।

ସେହିପରି ସେ ବଲିଉଡ଼ର ଆଙ୍ଗ୍ରି ୟଙ୍ଗମ୍ୟାନ୍‌ଶେହନ୍‌ଶାହା, ବିଗ୍‌ ବି, ଷ୍ଟାର୍‌ ଅଫ୍‌ ଦି ମିଲେନିୟମ୍‌ ଆଦି ଅନେକ ନାମରେ ଖୁବ୍‌ ପରିଚିତ। ଅନ୍ୟପଟେ ତାଙ୍କର ନିତିଦିନିଆ ସୋ’ କୌନ୍‌ ବନେଗା କରୋଡ଼ପତି କାର୍ୟ୍ୟକ୍ରମ ଜରିଆରେ ବେଶ ଲୋକପ୍ରିୟ ହୋଇପାରିଥିଲେ। ନିକଟରେ ତାଙ୍କ ନାମ ଦାଦା ସାହେବ୍‌ ଫାଲ୍‌କେ ପୁରସ୍କାର ପାଇଁ ମନୋନିତ ହୋଇଛି।

ଏହି  ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଶୁକ୍ରବାର ପୁରୀ ବେଳାଭୂମିରେ ଅମିତାଭଜିଙ୍କ ଏକ ବାଲୁକା କଳାକୃତି ପ୍ରସ୍ତୁତ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ପ୍ରଦାନ କରିଛନ୍ତି।