ଭାଇରାଲ୍ ହେଲା ଅମିତାଭଙ୍କ ଟ୍ୱିଟ୍

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଆଜିକାଲି ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ। ନିଜର ଫଟୋ ଆଉ ଭିଡିଓ ସେ ସେୟାର୍ କରିଥାନ୍ତି। ବେଳେବେଳେ କବିତା ମଧ୍ୟ ସେୟାର୍ କରିବାକୁ ଭଲପାଆନ୍ତି। ମାତ୍ର ନିକଟରେ ସେ ନିଜର ପତ୍ନୀ ତଥା ଅଭିନେତ୍ରୀ ଜୟାଙ୍କ ଏକ ଫଟୋ ସେୟାର୍ କରିଛନ୍ତି। ତାହା ପୁଣି ଏକ ନିଆରା ତଥା ମଜାଦାର ଅନ୍ଦାଜରେ। ଫଟୋଟି ପୋଷ୍ଟ ହେବା ମାତ୍ରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି। କେବଳ ଫଟୋ ସେୟାର୍ କରିନାହାନ୍ତି, ଅମିତାଭ ସ୍ୱତନ୍ତ୍ର ଅନ୍ଦାଜରେ ଜୟାଙ୍କ ସହ ମଜାକ୍ ବି କରିଛନ୍ତି।

ଜୟାଙ୍କ ଫଟୋ ପୋଷ୍ଟ କରି ଅମିତାଭ ଲେଖିଛନ୍ତି, ‘ଦ ବେଟର୍ ହାଫ୍, ୱୈସେ ୟେ ବାତ୍ ସହି ହୈ, କ୍ୟୋଁକି ଦୁସରେ ହାଫ୍ ଅପ୍ରାସଙ୍ଗିକ ହୈ ଔର୍ ଇସ୍ଲିଏ ୱହ ନଜର୍ ଭି ନହିଁ ଆ ରହା ହୈ’। ଏହା ପୂର୍ବରୁ ମଧ୍ୟ ଅମିତାଭ ବଚ୍ଚନ ଅନେକ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିବା ସହିତ ମଜାଳିଆ କ୍ୟାପସନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଅମିତାଭ ବର୍ତ୍ତମାନ ‘କୌନ ବନେଗା କରୋଡ଼ପତି’ କାର୍ଯ୍ୟକ୍ରମ ସଞ୍ଚାଳନ କରୁଛନ୍ତି। ତାଙ୍କର ଚାରୋଟି ଫିଲ୍ମ ରିଲିଜ୍ ଅପେକ୍ଷାରେ ରହିଛି। ସେଗୁଡ଼ିକ ହେଉଛି – ‘ଗୁଲାବୋ-ସିତାବୋ’, ‘ବ୍ରହ୍ମାସ୍ତ୍ର, ଝୁଣ୍ଡ ଓ ‘ଚେହେରେ’।