ଟିକା ନେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ଲଗାଇଛନ୍ତି। ଏନେଇ ସେ ନିଜେ ସୋଶିଆଲ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି। ଅଭିଷେକ ବଚ୍ଚନଙ୍କୁ ଛାଡ଼ି ତାଙ୍କ ପରିବାରର ସମସ୍ତ ସଦସ୍ୟ ଟିକା ଲଗାଇଛନ୍ତି। ଅଭିଷେକ ଏବେ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିବାରୁ ଟିକା ଲଗାଇ ନାହାନ୍ତି।

ସୂଚନାଯୋଗ୍ୟ, ବଚ୍ଚନ ପରିବାରରେ କେବଳ ଜୟା ବଚ୍ଚନଙ୍କୁ ଛାଡ଼ି ଆଉ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।