କରୋନାରୁ ଆରୋଗ୍ୟ ହେଲେ ଅମିତାଭ ବଚ୍ଚନ

ମୁମ୍ବାଇ, ଏଜେନ୍ସି: କରୋନାକୁ ନେଇ ମୁମ୍ବାଇରୁ ଏକ ଭଲ ଖବର ଆସିଛି। କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା  ମେଗାଷ୍ଟାର ଅମିତାଭ ବଚ୍ଚନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ତାଙ୍କ ପୁଅ ଅଭିଷେକ ବଚ୍ଚନ ସୂଚନା ଦେଇଛନ୍ତି। ଏହାସହ ଆରୋଗ୍ୟ କାମନା କରିଥିବା ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରକାଶ ଥାଉକି, ମେଗାଷ୍ଟାର ଅମିତାଭ ବଚ୍ଚନ ଜୁଲାଇ ୧୧ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବାପରେ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଦୀର୍ଘ୨୩ ଦିନ ପରେ ସେ ଆଜି  ଡିସଚାର୍ଜ ହୋଇଛନ୍ତି।