ଅମିତାଭ ବଚ୍ଚନଙ୍କ ଆରୋଗ୍ୟ କାମନା କରି ପ୍ରଶଂସକଙ୍କ ପୂଜାର୍ଚ୍ଚନା

ମୁମ୍ବାଇ,ଏଜେନ୍ସି : ବିଗ୍ ବି’ ଅମିତାଭଙ୍କ ଆଶୁ ଆରୋଗ୍ୟ କାମନା କରି ଦେଶରେ ଥିବା ତାଙ୍କର ଅଗଣିତ ଫ୍ୟାନ୍ ପୂଜାର୍ଚ୍ଚନା କରିବା ସହ ଧର୍ମପୀଠରେ ପ୍ରାର୍ଥନା କରୁଛନ୍ତି। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଅମିତାଭ ବଚ୍ଚନଙ୍କ ପାଇଁ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଛି। କିପରି ଅମିତାଭ ଡାକ୍ତରଖାନାରୁ ତୁରନ୍ତ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିବେ ସେ ନେଇ ପ୍ରାର୍ଥନା କରିଛନ୍ତି ଅମିତାଭଙ୍କ ପ୍ରଶଂସକ। ଉତ୍ତରପ୍ରଦେଶର ଅମିତାଭ ବଚ୍ଚନଙ୍କ ପାଇଁ ସ୍ୱତନ୍ତ୍ର ପୂଜା କରାଯାଇଛି। ଠାକୁରଙ୍କ ନିକଟରେ ଅମିତାଭଙ୍କ ଫଟୋ ରଖି ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି। ତୁରନ୍ତ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ବିଗ୍ ବି ନାନାବତୀ ଡାକ୍ତରଖାନାରୁ ଫେରିଆସନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରଶଂସକମାନେ ପ୍ରାର୍ଥନା କରିଛନ୍ତି।