ନଭେମ୍ବରରେ ପଶ୍ଚିମବଙ୍ଗ ଯିବେ ଅମିତ ଶାହ

ନୂଆଦିଲ୍ଲୀ, ଏଜେନ୍ସି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନଭେମ୍ବର ୫ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟକାର୍ଯ୍ୟକ୍ରମ ପାଇଁ ଦୁଇଦିନିଆ ଗସ୍ତ କରିବେ ଶାହ। ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତ ବାତିଲ ହେବାପରେ ଶ୍ରୀ ଶାହ ପଶ୍ଚମବଙ୍ଗ ଯିବେ। ଏନେଇ ବିଜେପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ପଶ୍ଚମବଙ୍ଗ ବିଜେପି ମହାସଚିବ ସଂୟତନ ବସୁ କହିଛନ୍ତି ନଭେମ୍ବର ୬ରେ ଜେପି ନଡ୍ଡାଙ୍କୁ ଗସ୍ତକୁ ବାତିଲ କରାଯାଇଛି ଏବଂ ୫ ନଭେମ୍ବର ଦିନ ଅମିତ ଶାହ ଦୁଇଦିନିଆ ଗସ୍ତରେ ପଶ୍ଚିମବଙ୍ଗ ଗସ୍ତରେ ଆସିବେ। ପ୍ରଥମଦିନ ମେଦିନପୁର ଜିଲ୍ଲା ଏବଂ ପରଦିନ ରାଜ୍ୟର ସବୁ ବିଜେପି ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ହେଲେ କାର୍ଯ୍ୟକ୍ରମର ଶେଷ ନିର୍ଣ୍ଣୟ ନିଆଯାଇ ନାହିଁ।