ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ବାରା ଆଜି ଜାତୀୟ ଫରେନ୍ସିକ୍ ଲ୍ୟାବ୍(ଏନ୍ସିଏଫ୍ଏଲ୍)ର ଉନ୍ମୋଚନ ହୋଇଯାଇଛି। ଏଥିସହିତ ତେଲେଙ୍ଗାନାର ’ପ୍ରଜା ସଂଗ୍ରାମ ଯାତ୍ରା’ ଫେଜ୍-୨ରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ।
ହାଇଦ୍ରାବାଦ ସ୍ଥିତ ଏନ୍ସିଏଫ୍ଏଲ୍କୁ ଆଜି ଶାହ ଅପରାହ୍ଣ ୩ଟା ବେଳେ ଉନ୍ମୋଚିତ କରିଛନ୍ତି। ଏହା ପରେ ସନ୍ଧ୍ୟା ୬ଟା ୩୦ରେ ଟୁକୁଗୁଡ଼ା ମୁନିସିପାଲଟି ଅଞ୍ଚଳକୁ ଯାଇ ପ୍ରଜା ସଂଗ୍ରାମ ଯାତ୍ରାରେ ଯୋଗ ଦେଇ ସାଧାରଣ ସଭାକୁ ସମ୍ବାଧିତ କରିଥିଲେ। ଏହା ପୂର୍ବରୁ ବିଜେପି ପକ୍ଷରୁ ପ୍ରଜା ସଂଗ୍ରାମ ଯାତ୍ରା ଗତ ମାସରେ ବିଆର୍ ଆମ୍ବେଦ୍କର ଜୟନ୍ତୀରେ ପାଳନ କରାଯାଇଥିଲା।