ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି। ତେବେ ତାଙ୍କର କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବିଜେପି ନେତା ମନୋଜ ତିୱାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନା ସଂକ୍ରମଣର ଶିକାର ହୋଇ ଗୁରୁଗାଓଁର ମେଦାନ୍ତ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗୃହ ମନ୍ତ୍ରୀ ଅମିତ୍ ଶାହା ସୁସ୍ଥ ହୋଇଛନ୍ତି।
ଗତ ଅଗଷ୍ଟ ୨ ତାରିଖରେ ଅମିତ ଶାହାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ଗୁରୁଗାଓଁର ମେଦାନ୍ତ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ସେ ସୁସ୍ଥ ହୋଇଛନ୍ତି। ଚିିକିତ୍ସାଧୀନ ସମୟରେ ମଧ୍ୟ ସେ କରୋନା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସକ୍ରିୟ, ସ୍ବାଭାବିକ ଭାବରେ କାମ କରୁଥିଲେ। ତେବେ ଖୁବଶୀଘ୍ର ସେ ଡାକ୍ତରଖାନାରୁ ଡିସଚାର୍ଜ ହେବେ ବୋଲି ଜଣାପଡ଼ିଛି।