ଓଡ଼ିଆ ଖାଦ୍ୟର ମଜା ନେଲେ ଶାହ, ମମତା ଓ ନୀତିଶ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଶୁକ୍ରବାର ଭୁବନେଶ୍ୱରରେ ପୂର୍ବାଞ୍ଚଳ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ଯୋଗଦେଇଥିଲେ। ବୈଠକ ପରେ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଛନ୍ତି ଶାହ। ଏଥିରେ ନିରାମିଷ ଓ ଆମିଷ ସହ ୫୦ ପ୍ରକାର ଆଇଟମ୍ ହୋଇଥିଲା। ଶାହଙ୍କ ସମେତ ଅନ୍ୟ ଅତିଥିମାନେ ମଧ୍ୟ ନବୀନ ନିମାସରେ ମଧ୍ୟାହ୍ନଭୋଜନ କରିଥିଲେ।

ନବୀନ ନିବାସରେ ଗୃହମନ୍ତ୍ରୀଙ୍କୁ ଆଜି ପରସା ଯାଇଥିଲା ଓଡ଼ିଆ ଖାଦ୍ୟ। ଗୃହମନ୍ତ୍ରୀ ଶ୍ରୀ ଶାହଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟାହ୍ନ ଭୋଜନ କରିଛନ୍ତି। ପିତ୍ତଳ ଥାଳିରେ ଏହି ୫ ଜଣ ନେତାଙ୍କୁ ଖାଦ୍ୟ ପରସା ଯାଇଥିଲା। ଯେଉଁଥିରେ ମୁଖ୍ୟତଃ ଓଡ଼ିଆ ବ୍ୟଞ୍ଜନ ରହିଥିଲା। ଭାତ, ଡାଲି ସହ ପନିର, ବାଇଗଣ ଭଜା, ଆଳୁ ମଟର ମସଲା, ଟମୋଟୋ ଚଟଣୀ, ପାମ୍ପଡ଼, ରୁଟି, ବୁନ୍ଦି ରାଇତା ଆଦି ରହିଥିବା ବେଳେ ମିଠାରେ ଗୁଲାବ ଜାମୁନ୍, ରସଗୋଲା, ଛେନାପୋଡ଼, ରସ ମଲାଇ, ଦହି ବୁନ୍ଦି ରହିଛି। ସେହିଭଳି ଆମିଷରେ ଓଡ଼ିଆ ମାଛ ବେସର ବି ପ୍ରସ୍ତୁତ ହୋଇଥିଲା।