ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ଏନେଇ ଖୋଦ୍ ଅମିତ ଶାହ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଜି ମୋ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ଏଥିପାଇଁ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି। ଅଗଷ୍ଟ ୨ରେ ଅମିତ ଶାହ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗୃହମନ୍ତ୍ରୀ ଅମିତ ଶାହା ଟ୍ଵିଟ୍ କରି ଲେଖିଛନ୍ତି ଯେ, ଆଜି ମୋର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ଏଥିପାଇଁ ମୁଁ ଇଶ୍ଵରଙ୍କୁ ଧନ୍ୟବାଦ କରିବାକୁ ଚାହୁଁଛି। ଯେଉଁମାନେ ମୋ ସୁସ୍ଥ ହେବା ପାଇଁ ଶୁଭକାମନା ଦେଇଥିଲେ ସେମାନଙ୍କୁ ହୃଦୟରୁ ଆଭାର ବ୍ୟକ୍ତ କରୁଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଆଉ କିଛି ଦିନ ହୋମ ଆଇସୋଲେସନରେ ରହିବି ବୋଲି ସେ କହିଛନ୍ତି।