ଜମ୍ମୁ-କଶ୍ମୀରରେ ସାଧାରଣ ଲୋକଙ୍କ ହତ୍ୟାକୁ ଦୃଷ୍ଟିରେ ରଖି ବୈଠକ ଡକାଇଲେ ଶାହ

ନୂଆଦିଲ୍ଲୀ: ଶ୍ରୀନଗରର ଇଦଗାହ ଅଞ୍ଚଳରେ ଆଜି ଆତଙ୍କବାଦୀମାନେ ଜଣେ ମହିଳାଙ୍କ ସମେତ ସରକାରୀ ସ୍କୁଲର ୨ଜଣ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଆତଙ୍କବାଦୀଙ୍କ ଏପରି ବର୍ବର କାଣ୍ଡକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଉକ୍ତ ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଆଇବୀ ମୁଖ୍ୟ ଅରବିନ୍ଦ କୁମାର, ଡୀଜୀ ସିଆରପିଏଫ୍ କୁଲଦୀପ ସିଂହ, ଡୀଜୀ ବିଏସଏଫ ପଙ୍କଜ ସିଂହ ଓ ଗୃହ ସଚିବ ଅଜୟ ଭଲ୍ଲାଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ ଟାର୍ଗେଟ କିଲିଂକୁ ନେଇ ବିସ୍ତାରରେ ଆଲୋଚନା ହୋଇଥିବା ଜଣାପଡ଼ିଛି।