ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମ ପ୍ରତିଶୃତି : ଅମିତ ଶାହ

ଭୁବନେଶ୍ୱର : ଓଡ଼ିଶାରେ ବିଜେପିର ଜନ ସମ୍ବାଦ ରାଲି ହୋଇଛି । ମୋଦି ସରକାରଙ୍କ-୨ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉଦବୋଧନ ଦେଇ କହିଛନ୍ତି ଯେ, ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିବା ଓଡ଼ିଶା ମାଟିକୁ ପ୍ରଣାମ । ମୋଦୀଙ୍କ ଉପରେ ଓଡ଼ିଶାବାସୀଙ୍କ ଆର୍ଶୀବାଦ ରହିଛି । ଓଡ଼ିଶାବାସୀଙ୍କ ସମର୍ଥନ କେନ୍ଦ୍ର ସରକାରଙ୍କ ସହ ରହିଛି । କରୋନା ଯୋଗୁ ବିଶ୍ୱ ଏକ ପ୍ରକାର ବଦଳିଯାଇଛି ।

ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶୃତି ବୋଲି ସେ କହିଛନ୍ତି । ଏହି ପ୍ରତିଶୃତିକୁ ପୂରଣ କରିବାକୁ କେନ୍ଦ୍ର ସରକାର କାର୍ଯ୍ୟ କରିୁଛନ୍ତି । ମୋଦୀ ବିଶ୍ୱରେ ଭାରତର ଗୌରବକୁ ବଢ଼ାଇଛନ୍ତି । ମୋଦୀ ଏପରି ନେତା ଯାହା କହନ୍ତି, ତାହା କରନ୍ତି । ଦେଶକୁ ଆତ୍ମନିର୍ଭର କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଏହାସହ ସେ କଂଗ୍ରେସକୁ ସମାଲୋଚନା ମଧ୍ୟ କରିଛନ୍ତି ।

ଏହାସହ ସେ ସର୍ଜିକାଲ ଷ୍ଟ୍ରାଇକ କଥା କହିଛନ୍ତି । ଘରେ ପଶି ପାକିସ୍ତାନକୁ ଜବାବ ଦେଇଛି ଭାରତ । ୩୭୦ଧାରା ହଟାଇ ମୋଦୀ ସାହସିକ ପଦକ୍ଷେପ ନେଇଛନ୍ତି । ରାମମନ୍ଦିର, ଟ୍ରିପଲ ତଲାକ ଓ ସିଏଏ ପ୍ରସଙ୍ଗରେ ମଧ୍ୟ କହିଛନ୍ତି ଅମିତ ଶାହା । ଏହି ସରକାର ୬ବର୍ଷ ମଧ୍ୟରେ ସବୁ ବର୍ଗ ପାଇଁ କାମ କରିଛି ବୋଲି ଶାହା କହିଛନ୍ତି ।

କରୋନା ବିରୋଧରେ ଲଢ଼େଇରେ ସରକାର ଦେଶବାସୀଙ୍କ ସହ ଅଛନ୍ତି । ଆମ ଦେଶ କରୋନା ଲଢ଼େଇରେ ଅନ୍ୟ ଦେଶ ତୁଳନାରେ ଭଲ ସ୍ଥିତିରେ ରହିଛି । ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ଦେଶବାସୀ ନିଷ୍ଠାର ସହ ପାଳନ କରିଛନ୍ତି । ଜଣେ ନେତାଙ୍କ ଆହ୍ୱାନରେ ଦେଶବାସୀ ଏହିପରି ଏକାଠି ହେବା ସେ ଦେଖି ନଥିଲେ ବୋଲି କହିଛନ୍ତି ।