ଆମିର ଖାନଙ୍କୁ କରୋନା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଆମିର ଖାନ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସତର୍କତା ଦୃଷ୍ଟିରୁ ଆମିର ନିଜକୁ କ୍ୱାରେଣ୍ଟାଇନ କରିବା ସହ ସମସ୍ତ ଗାଇଡଲାଇନକୁ ପାଳନ କରୁଛନ୍ତି। ଏଥିସହିତ ନିଜ ଷ୍ଟାଫଙ୍କୁ କରୋନା ଟେଷ୍ଟ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଆଉ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ପୁଣିଥରେ ‘ଲାଲ ସିଂହ ଚଡ୍ଡା’ର ସୁଟିଂ ଆରମ୍ଭ କରିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତବର୍ଷ ଆମିରଙ୍କ ସମେତ ତାଙ୍କର ୭ଜଣ ଷ୍ଟାଫ କରୋନା ସଂକ୍ରମିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ସୁରକ୍ଷାକର୍ମୀ, ଡ୍ରାଇଭର ଓ ଘରେ କାମ କରୁଥିବା ଲୋକ ରହିଥିଲେ।