କରୋନାରେ ସଂକ୍ରମିତ ହେଲେ ଅମୀର୍ ଖାନ

ମୁମ୍ବାଇ, ଏଜେନ୍ସି: ବଲିଉଡ୍ ଅଭିନେତା ଅମୀର୍ ଖାନ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ଅମୀର୍ ଏବେ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି ବୋଲି ତାଙ୍କ ମୁଖପାତ୍ର କହିଛନ୍ତି। ସେ କହିଛନ୍ତି, ଅମୀର୍ ଡାକ୍ତରଙ୍କ ପରାମର୍ଶ ନେଇ କରୋନାର ସମସ୍ତ ନିୟମ ପାଳନ କରୁଛନ୍ତି ଏବଂ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଗତ କିଛିଦିନ ତଳେ ଅମୀର୍ ଖାନଙ୍କ ସହ କାମ କରୁଥିବା ୭ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିଲେ। ଏହି ୭ଜଣଙ୍କ ଭିତରେ ତାଙ୍କର ସୁରକ୍ଷାକର୍ମୀ, ଡ୍ରାଇଭର ଏବଂ ଘରେ କାମ କରୁଥିବା କିଛି କର୍ମଚାରୀ ମଧ୍ୟ ଥିଲେ। ଉଲ୍ଲେଖଯୋଗ୍ୟ, ଅମୀରଙ୍କ ପୂର୍ବରୁ ରଣବୀର କପୁର, କାର୍ତ୍ତିକ ଆର୍ଯ୍ୟନ, ବରୁଣ ଧାୱନ, ନୀତୁ ସିଂହ, ସଞ୍ଜୟ ଲୀଳା ଭଂଶାଲୀଙ୍କ ଭଳି ଅନେକ ଅଭିନେତା ତଥା ନିର୍ଦ୍ଦେଶକ କରୋନାରେ ଆକ୍ରାନ୍ତ ହୋଇଥିଲେ।