ଆସନ୍ତାବର୍ଷ ବାହାହେବେ ଆମି ଓ ଜର୍ଜ

ଅଭିନେତ୍ରୀ ଆମି ଜ୍ୟାକ୍ସନ ଏବଂ ତାଙ୍କର ପ୍ରେମିକ ଜର୍ଜ ପାନାଇୟୋଟୌ ଆସନ୍ତା ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବେ। ଆପଣଙ୍କର ମନେଥିବ ଏ ମାସ ୨୩ ତାରିଖରେ ଆମି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ପରିବାରକୁ ଏହି ନୂଆ ଅତିଥି ଆସିବା ମାତ୍ରେ ଜର୍ଜ ଏବଂ ଆମି ଏ ସମ୍ବନ୍ଧିତ ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ।

ଦୁହେଁ ନବାଗତ ପୁତ୍ର ସନ୍ତାନାର ନାଁ ରଖିଛନ୍ତି ଏଣ୍ଡ୍ରିୟାସ। ପୁତ୍ର ସନ୍ତାନର ପିତା ମାତା ହେବା ପରେ ଆମି ଓ ଜର୍ଜ ୨୦୨୦ରେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସେତେବେଳକୁ କୁନି ପୁଅଟି କିଛି ମାସର ହୋଇସାରିଥିବ। ଏହାପରେ ଦୁହେଁ ଗ୍ରୀସ୍ ରେ ବିବାହ କରିବେ। କୌଣସି ଏକ ସମୁଦ୍ରକୂଳରେ ଦୁହେଁ ବିବାହ ଉତ୍ସବ କରିବା ପାଇଁ ଚିନ୍ତା କରୁଛନ୍ତି। ଏହି କାରଣରୁ ସେମାନେ ଗ୍ରୀସ୍ କୁ ନିଜର ୱେଡିଂ ଡେଷ୍ଟିନେସନ୍ ଭାବେ ବାଛିଛନ୍ତି।

ଆମି ଏବଂ ଜର୍ଜ ଲଣ୍ଡନରେ ନିର୍ବନ୍ଧ ପର୍ବ ଶେଷ କରିଥିଲେ। ସେହି ସମୟରେ ଏହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଏଙ୍ଗେଜମେଣ୍ଟ ଉତ୍ସବରେ ଉଭୟଙ୍କର କିଛି ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟ ହିଁ ସାମିଲ ହୋଇଥିଲେ। ଆମି ଗର୍ଭବତୀ ଥିବାବେଳର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର କରି ଚର୍ଚ୍ଚାକୁ ଆସିଥିଲେ।