ଜୟଶଙ୍କରଙ୍କୁ ଭେଟିଲେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନ

ନୂଆଦିଲ୍ଲୀ,ଏଜେନ୍ସି: ବାଇଡେନ ସରକାରରେ ପ୍ରଥମ ଥର ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଜେ. ଅଷ୍ଟିନ ଭାରତ ଗସ୍ତରେ ଆସିଛନ୍ତି। ଏହି ମଧ୍ୟରେ ସେ ପ୍ରଥମେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଭେଟିଛନ୍ତି। ଏଥିରେ ଦୁଇ ନେତାଙ୍କ ମଧ୍ୟରେ ବୈଶ୍ୱିକ ସାମରିକ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଛି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଲୟଡ ଜେ. ଅଷ୍ଟିନଙ୍କୁ ଭାରତକୁ ଆଗକୁ ସାମରିକ ସହାୟତା ଯୋଗାଇଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ବିଶେଷଭାବେ ହିନ୍ଦ-ପ୍ରଶାନ୍ତରେ ସାମରିକ ସ୍ଥିତି ଉପରେ ଚର୍ଚ୍ଚା ହୋଇଛି। ଏଥିସହିତ ଆଫଗାନିସ୍ତାନ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଛି।