ଆମେରିକାର ଏମକେ-୪୫ ନୌସେନାକୁ କିଣିବା ପାଇଁ ଭାରତର ପ୍ରସ୍ତାବକୁ ଟ୍ରମ୍ପ ପ୍ରଶାସନଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ,ଏଜେନ୍ସି: ଆମେରିକାର ଏମକେ-୪୫ ନୌସେନା ତୋପକୁ ୭୧ ହଜାର କୋଟି ଟଙ୍କାରେ ଭାରତ କିଣିବ। ଏହି ନୌସେନାକୁ କିଣିବା ପାଇଁ ଭାରତର ପ୍ରସ୍ତାବକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି। ଏହି ତୋପ ଭାରତୀୟ ନୌସେନାର ବଳକୁ ଦ୍ୱିଗୁଣିତ କରିବ।

ରକ୍ଷା ସୁରକ୍ଷା ସହଯୋଗ ସଂସ୍ଥା ଆମେରିକା ସଂସଦକୁ କହିଛି ଯେ, ପ୍ରସ୍ତାବିତ ଚୁକ୍ତି ଅନୁସାରେ, ୧୩ ଏମକେ-୪୫ ପାଞ୍ଚ ଇଞ୍ଚ/୬୨ କ୍ୟାଲିବର(ଏମଓଡି ୪) ନୌସେନା ତୋପ ଓ ଏ ସମ୍ପର୍କିତ ଉପକରଣର ପ୍ରସ୍ତାବିତ ବିଦେଶୀ ସୈନ୍ୟ ବିକ୍ରିର ଆନୁମାନିକ ମୂଲ୍ୟ ୭୧ ଆରବ ଟଙ୍କା। ଏମକେ-୪୫ ତୋପ ଗୁଡ଼ିକ ଯୁଦ୍ଧ ପୋତ, ଉପକୂଳ ଓ ଯୁଦ୍ଧ ବିମାନ ଉପରେ ବୋମା ବର୍ଷା କରିବା ଆଦି‌ରେ ବ୍ୟବହାର କରାଯାଏ। ଏହି ତୋପ ଗୁଡ଼ିକ ଭାରତକୁ ବର୍ତ୍ତମାନ ଓ ଭବିଷ୍ୟତରେ ଶତ୍ରୁ ଆକ୍ରମଣର ସଙ୍କଟ ସହ ମୁକାବିଲା କରିବାରେ ସାହାଯ୍ୟ କରିବ।
ତେବେ ଟ୍ରମ୍ପ୍‌ ପ୍ରଶାସନ ଦ୍ବାରା ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ସତ ମାତ୍ର ବିଧିବଦ୍ଧ ଭାବେ ଏହାକୁ ମଞ୍ଜୁରୀ ମିଳିବା ବାକି ଅଛି।