ଆମେରିକାର ନୂଆ ହିରୋ

ଆମେରିକା ଡଗ ସ୍କ୍ୱାର୍ଡର ଲଢ଼ୁଆ କୁକୁରକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେଡ଼ାଲ ପିନ୍ଧାଇଛନ୍ତି। ଏହି ଫଟୋକୁ ନିଜେ ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ କରି କହିଛନ୍ତି ଯେ ଆମେରିକାର ନୂଆ ହିରୋ।

ସୂଚନା ଅନୁଯାୟୀ ଏହି ଲଢ଼ୁଆ କୁକୁରଟି ବାଗଦାଦିକୁ ଚିହ୍ନଟ କରିବାରେ ବେଶ ଭୂମିକା ଗ୍ରହଣ କରିଥିଲା। ବାଗଦାଦିର ଠିକଣା ସମେତ ସ୍ପେଶାଲ ଟାସ୍କଫୋର୍ସକୁ ସମସ୍ତ ଟିକନିକ ଖବର ଦେବାରେ ଏହି କୁକୁରଟି ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ତେବେ ଏହି କୁକୁରକୁ ସମ୍ମାନିତ କରିବାକୁ ଯାଇ ରାଷ୍ଟ୍ରପତି ଟ୍ରମ୍ପ ଏହି ଟ୍ୱିଟ କରିଛନ୍ତି।