ଭାରତୀୟଙ୍କ ଆମେରିକା ଯାତ୍ରା ଉପରେ ଲାଗିଲା କଟକଣା

ୱାଶିଂଟନ,ଏଜେନ୍ସି: ଭାରତରେ କରୋନାର ସୁନାମି ରୂପ ଦେଖିବାକୁ ମିଳିବା ପରେ ଅନ୍ୟ ଦେଶଗୁଡ଼ିକ ଭଳି ଆମେରିକା ମଧ୍ୟ ଭାରତରୁ ସମସ୍ତ ଯାତ୍ରା ଉପରେ କଟକଣା ଲଗାଇଛି। ଏହି ନିୟମ ଆମେରିକୀୟ ନାଗରିକ, ଆଇନଗତ ସ୍ଥାୟୀ ବାସିନ୍ଦାଙ୍କ ବ୍ୟତୀତ ଅନ୍ୟ ଭାରତୀୟଙ୍କ ଉପରେ ଲାଗୁ କରାଯିବ। ତେବେ ଆସନ୍ତା ମଙ୍ଗଳବାରଠାରୁ ଏହି ନିୟମକୁ ଲାଗୁ କରିବା ଆମେରିକା।

ଭାରତରେ କରୋନାର ଭୟଙ୍କର ରୂପ ଦେଖି ବିମାନ ସେବାକୁ ବନ୍ଦ କରିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଦେଶ। ତେବେ ନିଜ ଦେଶରେ ସଂକ୍ରମଣକୁ ଏଡାଇବା ପାଇଁ ବାଇଡେନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ହ୍ବାଇଟ ହାଉସ ପ୍ରେସ ସେକ୍ରେଟାରୀ ଜେନ ସାକି ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହା ପୂର୍ବରୁ କାନାଡା ଏବଂ ୟୁଏଇ ଭାରତରୁ ଯାତ୍ରୀବାହୀ ବିମାନକୁ ସାମୟିକ ଭାବେ ବାରଣ କରିଛନ୍ତି। ସେପଟେ ଭାରତ ୟୁକେର ଯାତ୍ରା ତାଲିକାର ରେଡ ଜୋନରେ ରହିଛି। ଭାରତରେ ଥିବା ଅଷ୍ଟ୍ରେଲିଆ ନାଗରିକମାନେ ଦେଶକୁ ଫେରିପାରିବେ ନାହିଁ ବୋଲି ଅଷ୍ଟ୍ରେଲିଆ ସରକାର ନିର୍ଦ୍ଦେଶ ଦେଇଛନ୍ତି।