ସରକାର ନିର୍ଦ୍ଧାରଣ କଲେ ଆମ୍ବୁଲାନ୍ସ ଦର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ପାଇଁ ସରକାର ଦର ନିର୍ଦ୍ଧାରଣ କରିଛନ୍ତି। ଦର ନିର୍ଦ୍ଧାରଣ ନେଇ ରାଜ୍ୟ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି। ମାରୁତି ଓମନି ଭଳି ଛୋଟ ଆମ୍ବୁଲାନ୍ସରେ ୧୦ କିମି ମଧ୍ୟରେ ଭଡ଼ା ୭୫୦ ଟଙ୍କା ପଡ଼ିବ। ସାଧାରଣ ଲାଇଫ ସପୋର୍ଟ ସିଷ୍ଟମ ଥିବା ଛୋଟ ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଟଙ୍କା ଲାଗିବ। ପ୍ରଥମ ୧୦ କିମି ପରେ ସାଧାରଣ ଆମ୍ବୁଲାନ୍ସ କିମି ପିଛା ଅତିରିକ୍ତ ୩୦ଟଙ୍କା ପଡ଼ିବ। ବୋଲେରୋ ଭଳି ମଧ୍ୟବର୍ଗର ଆମ୍ବୁଲାନ୍ସ ୧୦୦୦ ଓ ଲାଇଫ ସପୋର୍ଟ ୧୫୦୦ ଟଙ୍କା ଲାଗିବ। ମଧ୍ୟବର୍ଗର ଆମ୍ବୁଲାନ୍ସ ପାଇଁ ୧୦ କିମି ପରେ କିମି ପିଛା ଅତିରିକ୍ତ ୫୦ଟଙ୍କା ଭରିବାକୁ ପଡ଼ିବ। ୱିଙ୍ଗର ଭଳି ବଡ଼ ଆମ୍ବୁଲାନ୍ସ ପାଇଁ ୧୦ କିମିକୁ ୧୨୫୦ ଓ ଲାଇଫ ସପୋର୍ଟ ଲାଗି ୨୦୦୦ ଟଙ୍କା। ବଡ଼ ଆମ୍ବୁଲାନ୍ସରେ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୧୦ କିମିକୁ ୩ ହଜାର ଟଙ୍କା ଦେବାକୁ ପଡ଼ିବ। ଆଉ ୧୦ କିମି ପରେ ଅତିରିକ୍ତ ୫୦ ଟଙ୍କା ଦେୟ ଭରିବାକୁ ପଡ଼ିବ ବୋଲି ଜଣାପଡ଼ିଛି।