ଆମ୍ବୁଲାନ୍ସ ଡ୍ରାଇଭରର ଉନ୍ମତ କାଣ୍ଡ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଅଞ୍ଚଳକୁ କଟକରୁ ରୋଗୀ ନେଇ ଆସିଥିବା ଏକ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭର ମଦ ନିଶାରେ ନିଜ ମୁଣ୍ଡକୁ ନିଜେ ଛେଚି ଦେଇଛନ୍ତି। ଏହି ଡ୍ରାଇଭର ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ମଙ୍ଗରାଜପୁର ଗ୍ରାମର ବିଜୟ ରାଉତ ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଏହି ଘରୋଇ ଆମ୍ବୁଲାନ୍ସ ଜଣେ ରୋଗୀକୁ କଟକରୁ ତୁରୁମୁଙ୍ଗା ଅଞ୍ଚଳକୁ ଆଣିଥିଲା। ରୋଗୀ ଛାଡ଼ି ଫେରିବା ସମୟରେ ତୁରୁମୁଙ୍ଗା ନିକଟରେ ଡ୍ରାଇଭର ମଦ ନିଶାରେ ଲୋକଙ୍କୁ ଗାଳି ଗୁଳଜ କରିବା ପରେ ବଚସା ହେବାରୁ ନିଜ ମୁଣ୍ଡକୁ ନିଜେ ଛେଚି ହୋଇ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତୁରୁମୁଙ୍ଗା ପୁଲିସ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଛି।