ଭାରତରେ ୨୦ ହଜାର ଅସ୍ଥାୟୀ ନିଯୁକ୍ତି ଦେବ ଆମାଜନ୍

ନୂଆଦିଲ୍ଲୀ,ଏଜେନ୍ସି: ସାରାଦେଶରେ କରୋନା ଜନିତ କଟକଣା ପାଇଁ ବ୍ୟବୟାୟ ଏକପ୍ରକାର ଠପ୍ ପଡିଛି। ଅନ୍ୟପକ୍ଷରେ ଅଧିକାଂଶ କାରବାର ଏବେ ଅନଲାଇନ୍ ମାଧ୍ୟମରେ କରାଯାଉଥିବାବେଳେ ପ୍ରମୁଖ ଅନଲାଇନ କମ୍ପାନୀ ଆମାଜନ୍ ଖୁବଶୀଘ୍ର ଭାରତରେ ୨୦ ହଜାର ଲୋକଙ୍କୁ ଅସ୍ଥାୟୀ ନିଯୁକ୍ତି ଦେବାକୁ ରବିବାର ଘୋଷଣା କରିଛି। ବିଶେଷକରି ଗ୍ରାହକ ସେବା କେନ୍ଦ୍ରଗୁଡିକରେ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ନିଯୁକ୍ତି ପ୍ରଦାନ କରାଯିବ ବୋଲି କମ୍ପାନୀ କହିଛି ।

ଅନଲାଇନ୍ ସେବାକୁ ନେଇ କମ୍ପାନୀ ପକ୍ଷରୁ ଏକ ଅନୁଧ୍ୟାନ କରାଯାଇଥିଲା ବେଳେ ହାଇଦ୍ରାବାଦ, ପୁନେ, କୋଏମ୍ବାଟୁର, ନୋଏଡ଼ା, ଇନ୍ଦୋର, ଭୋପାଳ,  ଜୟପୁର, ଚଣ୍ଡୀଗଡ଼, ମାଙ୍ଗାଲୁରୁ ଆଦି କେତେକ ପ୍ରମୁଖ ସହରଗୁଡିକରେ ଆଗାମୀ ୬ମାସ ମଧ୍ୟେର ଚାହିଦା ଦ୍ୱିଗୁଣିତ ହେବ ବୋଲି କୁହାଯାଇଛି। ଏହାକୁ ନେଇ ପ୍ରାଥମିକ ପର୍ଯ୍ୟାୟରେ ଏହିସବୁ ସହରରେ ନିଯୁକ୍ତି ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।