ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ସେଲ୍: ସ୍ମାର୍ଟଫୋନ୍ ଉପରେ ୪୦% ରିହାତି

ନୂଆଦିଲ୍ଲୀ: ପ୍ରମୁଖ ଇ-ବାଣିଜ୍ୟ କମ୍ପାନୀ ଆମାଜନ୍ ପକ୍ଷରୁ ଦି ଗ୍ରେଟ୍ ଇଣ୍ଡିଆନ୍ ସେଲ୍ ସମ୍ବନ୍ଧରେ ଘୋଷଣା କରାଯାଇଛି। ୪ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେଲ୍ ଜାନୁଆରୀ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ କମ୍ପାନୀର ୱେବସାଇଟରେ ଉପଲବ୍ଧ ହେବ। ଏହି ସେଲ୍ ସମୟରେ ଉତ୍ପାଦଗୁଡ଼ିକର ବୃହତ୍ ରେଞ୍ଜ୍ ଉପରେ କମ୍ପାନୀ ତରଫରୁ ଅନେକ ରିହାତି ପ୍ରଦାନ କରାଯାଉଛି। ଆମାଜନର ଏହି ସେଲରେ ସ୍ମାର୍ଟଫୋନ୍, ଲାପଟପ୍, ଟିଭି ଏବଂ ଅନ୍ୟ କେତେକ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉପରେ ଆକର୍ଷଣୀୟ ରିହାତି ଦିଆଯାଉଛି। ଚଳିତବର୍ଷ ପାଇଁ ଆମାଜନର ଏହା ହେଉଛି ପ୍ରଥମ ବୃହତ୍ ସେଲ୍। ତେବେ ଆମାଜନ୍ ପ୍ରାଇମ୍ ସଦସ୍ୟଙ୍କ ପାଇଁ ଏହି ସେଲ୍ ଦିନକ ପୂର୍ବରୁ ଆରମ୍ଭ ହେଉଛି।

କମ୍ପାନୀର ପ୍ରାଇମ୍ ସଦସ୍ୟ ଜାନୁଆରୀ ୧୮ ମଧ୍ୟାହ୍ନ ୧୨ଟା ରୁ ଏହି ସେଲ୍ ର ଫାଇଦା ଉଠାଇପାରିବେ। ଏହି ସେଲ୍ ରେ ସ୍ମାର୍ଟଫୋନ୍ ଉପରେ ୪୦% ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ଏହାସହ ଆମାଜନ୍ ଏହାର ଟିଜର ପେଜରେ କେତେକ ଡିଲ୍ ର ମଧ୍ୟ ଖୁଲାସା କରିଛି। ଏହା ଅନ୍ତର୍ଗତ ୱାନପ୍ଲସ୍ ୭ଟି’ ଫୋନ୍ ମାତ୍ର ୩୪,୯୯୯ ଟଙ୍କାରେ ମିଳୁଛି ବୋଲି ଟିଜର ପେଜ୍ ରୁ ଜଣାପଡ଼ିଛି। ସେହିଭଳି ଗାଲେକ୍ସି ଏମ୍୩୦ଏସ୍ ଫୋନ୍ ୧୨,୯୯୯ ଟଙ୍କାରେ ଏବଂ ରେଡ୍ ମି ନୋଟ୍ ୮ ପ୍ରୋ’ ୧୩,୯୯୯ ଟଙ୍କାରେ ମିଳୁଛି।

ସେହିପରି ଭିଭୋ ଭି୨୦ ଫୋନଟି ୯,୯୯୯ ଟଙ୍କାରେ ଉପଲବ୍ଧ ହେଉଥିବା ଉଲ୍ଲେଖ କରାଯାଇଛି। ଏହାବ୍ୟତୀତ କମ୍ପାନୀ ତରଫରୁ ଏହାର ୱେବସାଇଟରେ ଆଇଫୋନ୍ ଏକ୍ସଆର୍, ୱାନପ୍ଲସ୍ ୭ଟି’ ପ୍ରୋ, ସାମସଙ୍ଗ ଗାଲେକ୍ସି ଏମ୍୩୦ ଭଳି ସ୍ମାର୍ଟଫୋନ୍ ଉପରେ ମଧ୍ୟ ବଡ଼ଧରଣର ରିହାତି ଉପଲବ୍ଧ କରୁଛି। ସ୍ମାର୍ଟଫୋନ୍ ବ୍ୟତୀତ ଏହି ସେଲ୍ ରେ ପାୱାର୍ ବ୍ୟାଙ୍କ, ବ୍ଲୁତୁଥ୍ ହେଡସେଟ୍, କେବୁଲ୍, ଚାର୍ଜର, ସେଲ୍ଫି ଷ୍ଟିକ୍ ଆଦି ବିଭିନ୍ନ ଉପକରଣ ଉପରେ ମଧ୍ୟ ରିହାତି ମିଳିବ। ତେବେ ଆହୁରି ଅନେକ ଡିଲ୍ ବିଷୟରେ କମ୍ପାନୀ ଖୁଲାସା କରିନାହିଁ। ଜାନୁଆରୀ ୧୯ ମଧ୍ୟରାତ୍ରିରେ ଆମାଜନ୍ ଏହାର ସମସ୍ତ ଡିଲ୍ କୁ ଖୁଲାସା କରିବ।