୨୯ରୁ ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ସେଲ୍ ଆରମ୍ଭ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପାର୍ବଣ ଋତୁ ଚାଲିଛି। ଏହି ପରିପ୍ରେକ୍ଷୀରେ ଆମାଜନ୍ ଇଣ୍ଡିଆ ଏହାର ସବୁଠୁ ବଡ଼ ଫେଷ୍ଟିଭ୍ ସେଲ୍ ‘ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍’ ସମ୍ବନ୍ଧରେ ଘୋଷଣା କରିଛି। ଏହି ସେଲ୍ ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ ଏବଂ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସେଲ୍ ସମୟରେ ପ୍ରାଇମ୍ ସଦସ୍ୟମାନଙ୍କୁ ସେପ୍ଟେମ୍ବର ୨୮ ମଧ୍ୟାହ୍ନ ୧୨ଟାରୁ ଏର୍ଲି ଏକ୍ସପ୍ରେସ୍ ଦିଆଯିବ।

ଏହି ସେଲ୍ ରେ ଗ୍ରାହକମାନେ ସ୍ମାର୍ଟଫୋନ୍, ଲାପଟପ୍, କ୍ୟାମେରା, ଗୃହ ଉପକରଣ, ଟିଭି, ଫ୍ୟାଶନ୍, ଗ୍ରସରୀ ଏବଂ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଭଳି ଅନେକ ଉପକରଣ ଉପରେ ଡିଲ୍ ଓ ରିହାତିର ଲାଭ ଉଠାଇପାରିବେ।

ସେହିପରି ଏହି ସେଲ୍ରେ ଗ୍ରାହକମାନଙ୍କୁ ଅନେକ ବଡ଼ବଡ଼ ବ୍ୟାଙ୍କ ଅଫର୍ ମଧ୍ୟ ମିଳିବ। ବଜାଜ୍ ଫିନ୍ସର୍ଭ ଏବଂ ଡେବିଟ୍-କ୍ରେଡିଟ୍ କାର୍ଡରେ ନୋ କଷ୍ଟ୍ ଇଏମଆଇ, ଏସ୍ବିଆଇ ଡେବିଟ୍-କ୍ରେଡିଟ୍ କାର୍ଡ ଉପରେ ୧୦% ତତ୍କାଳ ବ୍ୟାଙ୍କ ରିହାତି ଏବଂ ଏକ୍ସଚେଞ୍ଜ୍ ଅଫରର ମଧ୍ୟ ଫାଇଦା ଉଠାଇହେବ। ଏଥିସହିତ ସେଲ୍ ସମୟରେ ଯେକୌଣସି ସ୍ମାର୍ଟଫୋନ୍ କ୍ରୟ ଉପରେ ଗ୍ରାହକମାନଙ୍କୁ ସ୍କ୍ରିନ୍ ସୁରକ୍ଷା ଗାର୍ଡ ମାଗଣାରେ ଦିଆଯିବ ବୋଲି ଆମାଜନ୍ ତରଫରୁ ସୂଚିତ କରାଯାଇଛି।