ଜାଣନ୍ତୁ ଅମରପୋଇର ଔଷଧିୟ ଗୁଣ

ଅମରପୋଇ ଏକ ଜଣାଶୁଣା ଔଷଧୀୟ ବୃକ୍ଷ। ଏହି ଗଛର ପତ୍ରରୁ ଗଜା ବାହାରେ, ଏବଂ ତାର ମୃତ୍ୟୁ ହୁଏନାହିଁ। ସେଥିପାଇଁ ଏହାକୁ ଅମରପୋଇ ବୋଲି କୁହାଯାଏ। ଏହି ଗଛ ପ୍ରାୟ ସମସ୍ତଙ୍କ ବାଡ଼ି ବଗିଚାରେ ରହିଛି। ଏହି ବୃକ୍ଷର ଔଷଧୀୟ ନାଁ ହେଉଛି ବ୍ରାୟୋଫାଇଲମ୍।
ପଢ଼ନ୍ତୁ ଏହି ବୃକ୍ଷର ଔଷଧିୟ ଗୁଣ ସମ୍ପର୍କରେ….

୧-ଦେହର କୌଣସି ସ୍ଥାନରେ ଆଘାତ ଲାଗି ଫୁଲି ଯାଇଥିଲେ ଅମରପୋଇ ପତ୍ରକୁ ଗରମ କରି ଏକ କପଡ଼ାରେ ଭର୍ତ୍ତି କରି ସେହି ସ୍ଥାନରେ ବାନ୍ଧି ଦିଅନ୍ତୁ। ଏହା ଆପଣଙ୍କୁ ଆରାମ ଦେବ।
୨.ଏହାକୁ ଖଣ୍ଡିଆ ସ୍ଥାନରେ ମଧ୍ୟ ବ୍ୟବହାର କରିପାରିବେ। ଏହି ପତ୍ରକୁ ବାଟି ଖଣ୍ଡିଆ ସ୍ଥାନରେ ବାନ୍ଧିବା ଦ୍ୱାରା ରକ୍ତସ୍ରାବ କମିଯାଇଥାଏ ଏବଂ ଖଣ୍ଡିଆ ଭଲ ହୋଇଯାଇଥାଏ।
୩. ଆଖିପୀଡ଼ା ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ। ଅମରପୋଇ ପତ୍ରକୁ ବାଟି ଏକ କପଡ଼ାରେ ବାନ୍ଧି ଆଖି ଉପରେ ରଖନ୍ତୁ। ଏହା ଦ୍ୱାରା ଆଖିରେ ହେଉଥିବା ପୀଡ଼ାରୁ ଆରାମ ମିଳିଥାଏ।
୪. ଛୋଟ ପିଲାଙ୍କର ଦାନ୍ତ ଉଠିବାରେ ବିଳମ୍ବ ହେଉଥିଲେ ଏହି ପତ୍ରକୁ ଦାନ୍ତ ମୂଳରେ ଘସନ୍ତୁ। ଏହା ଦ୍ୱାରା ଦାନ୍ତ ଶୀଘ୍ର ଉଠିଯିବ।
୫. ପରିସ୍ରା ପୋଡ଼ା ହେଉଥିଲେ ଗୋଟେ ଗ୍ଲାସ୍ କ୍ଷୀରରେ ଏକ ଚାମଚ ଅମରପୋଇ ଡାଳର ଗୁଣ୍ଡ ପକାଇ ପିଇଲେ ଆରାମ ମିଳିଥାଏ। ମହୁ ସହ ଏହାର ରସ ଦିନକୁ ଦୁଇ ଥର ପିଇଲେ ମଧ୍ୟ ଉପକାର ମିଳେ।
୬. ପେଟରେ ଷ୍ଟୋନ୍ ହୋଇଥିଲେ ଏହାର ପତ୍ର, ଫୁଲ, ଡାଳକୁ ପାଣିରେ ବାଟି ସେହି ପାଣିକୁ ଦିନରେ ୩ ଥର ପିଅନ୍ତୁ। ଏହା ଦ୍ୱାରା ଷ୍ଟୋନ୍ ଆପେ ଆପେ ମିଳେଇଯାଇଥାଏ। ଶିଳାଜିତ୍ ସହ ଏହାର ପ୍ରୟୋଗ ଆହୁରି ଲାଭଦାୟକ।
୭. ଯଦି ପେଟ ଦରଜ ହେଉଥାଏ ତା’ ହେଲେ ଦୁଇ ତିନୋଟି ଅମରପୋଇ ପତ୍ରକୁ ଲୁଣ ସହ ଖାଆନ୍ତୁ। ଏହାର ପତ୍ରର ରସ ବାହାର କରି ମଧ୍ୟ ଗୋଟେ ଚାମଚ ପିଇଲେ ପେଟ ଦରଜରୁ ଆରମ ମିଳିଥାଏ।
୮.କାଶ କିମ୍ବା କଫ ହେଉଥିଲେ ଅମରପୋଇ ପତ୍ର ଏବଂ ମୂଳର ଗୁଣ୍ଡକୁ ଏକ ଚାମଚ ମହୁରେ ମିଶାଇ ଖାଆନ୍ତୁ। ଏହା ଦ୍ୱାରା କାଶ ବା କଫ ସମସ୍ୟାରୁ ମୁକ୍ତି ମିଳିବ।