ବିଧାୟକ ଅମର ଶତପଥୀ ଆହତ

ବାଲିଚନ୍ଦ୍ରପୁର,ଏନ୍ଏନ୍ଏସ୍: ବଡ଼ଚଣା ବିଧାୟକ ଅମରପ୍ରସାଦ ଶତପଥି ଆହତ ହୋଇଛନ୍ତି। ଶ୍ରୀ ଶତପଥି ରବିବାର ଭୂବନେଶ୍ୱରଠାରେ ପ୍ରାତଃ ଭ୍ରମଣ କରୁଥିବାବେଳେ ରାସ୍ତାରେ ଥିବା ଏକ ଖାଲରେ ତାଙ୍କ ବାମ ଗୋଡ଼ ପଡ଼ିଯିବାରୁ ସେ ଆହତ ହୋଇଥିଲେ। ଚିିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଗୋଡ ଫ୍ୟାକଚର ହୋଇଥିବା ଜଣାଯାଇଛି। ତେବେ ସେ ଏକମାସ ପର୍ଯ୍ୟନ୍ତ ବିଶ୍ରାମ ନେବା ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି। ଶ୍ରୀ ଶତପଥୀ ଆହତ ହେବା ଖବରପାଇ ବହୁ ବରିଷ୍ଠ ମନ୍ତ୍ରୀ ,ବିଧାୟକ ତଥା ବିଶିଷ୍ଟ ବ୍ୟକ୍ତିମାନେ ଫୋନଯୋଗେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝି ପ୍ରଭୁ ଜଗନ୍ନାଥଙ୍କ ପାଖରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସେହିପରି ବ୍ଲକ୍ ଅଧ୍ୟକ୍ଷ ଭାଗ୍ୟଧର ମଲିକ, ନିରଞ୍ଜନ ସେନାପତି, ଅରବିନ୍ଦ ସାମଲ, ଗଣେଶ୍ୱର ବରାଳ, ସୁବାସ ତ୍ରିପାଠୀ,ସଞ୍ଜୟ ପାତ୍ର ,ଆଶିଷ ରଂଜନ ଚୌ÷ଧୁରୀ, ଅମିନ ନାୟକ, ଯଚିନ୍ଦ୍ର ନାୟକ, ପ୍ରଭାକର ସାହୁ, ଫନିନ୍ଦ୍ର ନାଥ ପଣ୍ଡା, ଅମୀୟ ବିଶ୍ୱାଳ, ଅନନ୍ତ କିଶୋର ଜେନା, ମନୋଜ କୁମାର ପରିଡ଼ା, ମିଶନ ଶକ୍ତି ସଭାନେତ୍ରୀ କିଚିନା ମହାପାତ୍ର, ସେକ ଜିଆଉଲା,ରଶ୍ମିରଞ୍ଜନ ବଳ, ଯଯାତୀକେଶରୀ ରାଉତ, ମିହିର ପ୍ରତାପ ଦାସ ,ସାରଦା ପ୍ରସନ୍ନ ମହାନ୍ତି, ସଂଜୟ ସ୍ୱାଇଁ, ଶ୍ରୀକୁମାର ପାତ୍ର, ସୌଭାଗ୍ୟଲକ୍ଷ୍ମୀ ବଳ, ଅଭିମନ୍ୟୁ ବଳ, ପ୍ରତାପ ନାୟକ, ଅକ୍ଷୟ ବଳ, ଅନନ୍ତ ସିଂହ, ପ୍ରତାପ ସେନାପତିଙ୍କ ସମେତ ବଡ଼ଚଣାର ବହୁ ଶୁଭେଛୁ ଶ୍ରୀ ଶତପଥୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।