ଅଲୋଡ଼ା ହେଲା ଶିଶୁ କନ୍ୟା

କୋଦଳା,ଏନ୍ଏନ୍ଏସ୍ : ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଧିନସ୍ଥ ମଲ୍ଲିକେଶର ଗ୍ରାମର। ଏକ ପୋଖରୀ ନିକଟରେ ଏକ ଶିଶୁ କନ୍ୟା ପଡ଼ିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଗ୍ରାମର କେତେକ ବ୍ୟକ୍ତି ମନ୍ଦିର ପୋଖରୀରେ ଗାଧୋଉ ଥିବା ବେଳେ ଶିଶୁ କନ୍ୟା ନଜରକୁ ଆସିଥିଲା। ଗ୍ରାମର ଜ୍ୟୋତ୍ସ୍ନା ପ୍ରଧାନ, ପ୍ରଶ୍ନ କୁମାର ପ୍ରଧାନ, ଅନିଲ କୁମାର ଡାକୁଆ, ରାଘବ ବିଶୋଇ ଓ ରାଜେଶ ପ୍ରଧାନ ସରପଞ୍ଚଙ୍କୁ ଖବର ଦେଇଥିଲେ। ସରପଞ୍ଚ କୋଦଳା ଥାନାକୁ ଜଣାଇଥିଲେ। ଖବର ପାଇ ଘଟଣାସ୍ଥଳରେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଓ କୋଦଳା ଥାନା ଏସଆଇ ଅନିଲ୍‍ କୁମାର ସାହୁ ପହଞ୍ôଚ ଶିଶୁ କନ୍ୟାକୁ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଡାକ୍ତର ଚିନ୍ମୟ ମିଶ୍ର ଶିଶୁ କନ୍ୟାର ଚିକିତ୍ସା କରିଥିଲେ। ଶିଶୁ କନ୍ୟାଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି। ଏହାପରେ ଚାଇଲଡ ଲାଇନକୁ ଖବର ଦିଆଯାଇଥିଲା। ଚାଇଲଡଲାଇନର ୨ ଜଣ କର୍ମଚାରୀ ବଳରାମ ମଲ୍ଲିକ ଓ ଅନୁସୟା ମଲ୍ଲିକ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ôଚ ଶିଶୁ କନ୍ୟାକୁ ନେଇଥିଲେ।