ଅଲ୍ଲୁ ଅର୍ଜୁନଙ୍କ ୪ ବର୍ଷର ଝିଅ କରିବ ଡେବ୍ୟୁ

ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ୪ ବର୍ଷର ଝିଅ ଅଲ୍ଲୁ ଅରହା ଅଭିନୟ ଦୁନିଆରେ ପାଦ ଥାପିବେ। ଏନେଇ ନିଜେ ଅଲ୍ଲୁ ଅର୍ଜୁନ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ‘ଶକୁଂତଲମ’ ନାମକ ଫିଲ୍ମ ଜରିଆରେ ଅରହା ତେଲୁଗୁ ଫିଲ୍ମରେ ଏଣ୍ଟ୍ରି କରିବେ। ଫିଲ୍ମରେ ତାଙ୍କ ସହ ସାମାଂଥା ଅକ୍କିନେନୀ ମଧ୍ୟ ନଜର ଆସିବେ।

ସୂଚନାଯୋଗ୍ୟ, ଅଲ୍ଲୁ ଅର୍ଜୁନଙ୍କ ଜେଜେବାପା, ବାପା ଓ ସେ ନିଜେ ତିନି ପୀଢ଼ୀ ଇଣ୍ଡଷ୍ଟ୍ରୀରେ କାମ କରିଛନ୍ତି। ଆଉ ଏବେ ଚତୁର୍ଥ ପୀଢ଼ୀର ଅଭିନୟ ଦୁନିଆରେ ଏଣ୍ଟ୍ରିକୁ ନେଇ ପୁରା ପରିବାର ଗୌରବାନ୍ୱିତ ମନେ କରୁଛି।