ଏଣିକି ହିତାଧୀକାରୀଙ୍କ ଘରେ ପହଞ୍ଚିବ ଭତ୍ତା

ଭୁବନେଶ୍ୱର, ଏନ୍ଏନ୍ଏସ୍: ଏଣିକି ହିତାଧୀକାରୀଙ୍କ ଘରେ ପହଞ୍ଚିବ ବିଭିନ୍ନ ସାମାଜିକ ସୁରକ୍ଷା ଭତ୍ତା। କରୋନା ସତର୍କତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସାମୟିକ ପଦକ୍ଷେପ ନିଆଯାଇଛି। ଏହା ଫଳରେ ପ୍ରାୟ ୪୮ ଲକ୍ଷ ହିତାଧୀକାରୀ ଉପକୃତ ହୋଇପାରିବେ। ଏହାସହ ବିଭିନ୍ନ ବୈଷୟିକ ଶିକ୍ଷା ନେଉଥିବା ଭିନ୍ନକ୍ଷମ ପିଲାଙ୍କ ଟ୍ୟୁସନ ଫି ଛାଡ ହେବ। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଓ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି