ବ୍ରିଟେନ୍‌ରେ ନୱାଜ୍‌ ଶରିଫଙ୍କ ଉପରେ ଆକ୍ରମଣ, ଇମ୍ରାନ୍‌ ଖାନ୍‌ଙ୍କୁ ଗିରଫ ଦାବି କଲେ ଝିଅ ମରିୟମ୍‌

ଇସଲାମାବାଦ୍‌,ଏଜେନ୍ସି: ପାକିସ୍ତାନରେ ରାଜନୈତିକ ସଂକଟ ଦେଖାଯାଇଥିବା ବେଳେ ଲଣ୍ଡନରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଉପରେ କଥିତ ଭାବେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି କୁହାଯାଉଛି ଯେ, ପାକିନ୍ତାନର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ପାର୍ଟି ପାକିସ୍ତାନ ତହରିକ ଇନସାଫ (ପିଟିଆଇ)ର କର୍ମକର୍ତ୍ତା ଏହି ଆକ୍ରମଣ କରିଛନ୍ତି। ପାକିସ୍ତାନରେ ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଏଥି ସହିତ ସେ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି। ସୂଚନାଯୋଗ୍ୟ ଆଜି ପାକିସ୍ତାନରେ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ହେବ।

ନୱାଜ ଶରିଫଙ୍କ ଉପରେ ଆକ୍ରମଣ ନେଇ ଜଣେ ପାକିସ୍ତାନୀ ସାମ୍ବାଦିକ ସୂଚନା ଦେଇଛନ୍ତି। କୁହାଯାଉଛି ଯେ, ଏହି ଆକ୍ରମଣରେ ନୱାଜ ଶରିଫଙ୍କ ଜଣେ ଦେହରକ୍ଷୀ ମଧ୍ୟ ଆହତ ହୋଇଛନ୍ତି। ଫେକ୍ଟ ଫୋକସ ନାଁରେ ଏକ ଡିଜିଟାଲ ମିଡିଆ ପ୍ଲାଟଫର୍ମ ପକ୍ଷରୁ କୁହାଯାଇଛି ଯେ, ଲଣ୍ଡନରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଉପରେ ଆକ୍ରମଣ ହୋଇଛି। ପାକିସ୍ତାନରେ ପିଟିଆଇ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଶାରିରୀକ ହିଂସାକୁ ସହଜରେ ଗ୍ରହଣ କରାନଯିବା ଦରକାର। ପିଟିଆଇ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଏକ ଉଦାହରଣ ସୃଷ୍ଟି କରାଯିବା ଦରକାର ବୋଲି ମଧ୍ୟ କୁହାଯାଇଛି।