ବରଗଡ,ଏନ୍ଏନ୍ଏସ୍: ବରଗଡ଼ରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟଡାକ୍ତରଖାନାରେ ରୋଗୀମାନଙ୍କୁ ଏକ୍ସପାରୀ ମେଡିସିନ ଦିଆଯାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ରୋଗୀ ତଥା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁସାରେ, ବରଗଡ଼ ନିକଟସ୍ଥ ଖଲିଆପାଲି ଗ୍ରାମର ସୁକାନ୍ତ ସୁନା କିଛି ଦିନ ପୂର୍ବରୁ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିଲେ । ଆହତ ହୋଇଥିବା ସ୍ଥାନରେ ଥିବା ଘା’ ଶୁଖୁ ନ ଥିବାରୁ ସେ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ଚିକିତ୍ସିତ ହେବାକୁ ଆସିଥିଲେ ।
ତେବେ ଏଠାରେ ଡାକ୍ତରଖାନାରେ ତାଙ୍କୁ କିଛି ଔଷଧ ଏବଂ ମଲମ ଦେଇଥିବାବେଳେ ମଲମ ଟି ଏକ୍ସପାରୀ ହୋଇଥିବା ଦେଖିବାକୁ ମିଳିଥିଲା । ସିଲଭର ସଲଫରଡାଇଜିନ ନାମକ ଏହି କ୍ରିମର ତିଆରି ତାରିଖ ଜୁଲାଇ ୨୦୧୮ ରହିଥିବା ବେଳେ ଜୁନ୍ ୨୦୨୦ ରେ ଏହା ଏକ୍ସପାରୀ ହୋଇଥିବା ଉଲ୍ଲେଖ ରହିଛି। ଏ ନେଇ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ସିଡିଏମଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।