ଚିକିତ୍ସା ଅବହେଳାରେ ମୃତ୍ୟୁ ଅଭିଯୋଗ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ଯୋଗୁଁ ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଆଇସୋଲେସନ ୱାର୍ଡରେ ଭର୍ତ୍ତି ହୋଇଥିବା ଏସ୍ କମ୍ନା(୬୨)ଙ୍କ ଚିକିତ୍ସା କରାନଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରଛନ୍ତି। ସେହିପରି ଆଇସୋଲେସନ ୱାର୍ଡରେ ଜଣେ ଅଜଣା ଯୁବକଙ୍କ ମୃତ ଦେହ ତଳେ ପଡିଥିବାର ଦେଖିବାକୁ ମିଳିଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଭଳି ଅଭାବନୀୟ ଚିତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ଏହାର ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ସିଡିଏମଓଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଚିକିତ୍ସା ଅବହେଳାରେ ରୋଗୀ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଥିବାବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜଗଦୀଶ ଚନ୍ଦ୍ର ବାରିକଙ୍କୁ ଏ ସମ୍ପର୍କରେ ପଚାରିବାରୁ, ସେ କହିଛନ୍ତି ପ୍ରତ୍ୟେକ ରୋଗୀଙ୍କୁ ଚିକିତ୍ସା ସେବା ଦିଆଯାଉଛି। ତେବେ ଚିକିତ୍ସା ଅବହେଳାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ମିଳିବା ପରେ ଏନେଇ ତଦନ୍ତ କରାଯାଉଛି।