ନୂଆଦିଲ୍ଲୀ: ସେପ୍ଟେମ୍ବର ୫ ଅର୍ଥାତ ଗୁରୁ ଦିବସ ପୂର୍ବରୁ ସବୁ ସ୍କୁଲର ଶିକ୍ଷକଙ୍କୁ ଟିକା ଦିଆଯିବ। ଶିକ୍ଷକଙ୍କୁ ପ୍ରାଥମିକତା ଆଧାରରେ ଟିକା ଦେବାକୁ କେନ୍ଦ୍ର ଅନୁରୋଧ କରିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଚଳିତ ମାସ ସବୁ ରାଜ୍ୟକୁ ଅତିରିକ୍ତ ୨ କୋଟି ଯୋଗାଇ ଦିଆଯାଇଥିବା ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।