ନୂଆଦିଲ୍ଲୀ,ଏଜେନ୍ସି: ଜମ୍ମୁ-କଶ୍ମୀରରୁ ଗତବର୍ଷ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ଏବେ ଜମ୍ମୁ-କଶ୍ମୀରର ପ୍ରମୁଖ ରାଜନୀତିକ ଦଳଗୁଡିକ ଏକାଠି ହୋଇ କେନ୍ଦ୍ର ବିରୋଧରେ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଜମ୍ମୁ-କଶ୍ମୀରରେ ପୁଣି ୩୭୦ ଧାରା ଲାଗୁ କରିବା ପାଇଁ ସେମାନେ ଦାବି କରିଛନ୍ତି। ଏଥିପାଇଁ ସବୁ ରାଜନୀତିକ ଦଳ ନିଜ ନିଜ ମଧ୍ୟରେ ଥିବା ପୂର୍ବ ବିବାଦକୁ ଭୁଲି ହାତ ମିଳାଇଛନ୍ତି। ନ୍ୟାସନାଲ କନଫରେନ୍ସ, ପିଡିପି, ସିପିଆଇ-ଏମ୍, କଂଗ୍ରେସ ଓ ଆୱାମି ନ୍ୟାସନାଲ କନଫରେନ୍ସ ଏକାଠି ହୋଇ ଏକ ପ୍ରେସ ବିବୃତ୍ତି ଜାରି କରିଛନ୍ତି। ଏଥିରେ ସେମାନେ କହିଛନ୍ତି ଯେ ୨୦୧୯ ଅଗଷ୍ଟ ମାସରେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଯୋଗୁ ଜମ୍ମୁ-କଶ୍ମୀର ଓ ଦିଲ୍ଲୀ ମଧ୍ୟରେ ଥିବା ସମ୍ପର୍କ ବଦଳାଇ ଯାଇଛି। ଭାରତୀୟ ସମ୍ବିଧାନର ଧାରା ୩୭୦ ଅନୁଯାୟୀ ଜମ୍ମୁ-କଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ମାନ୍ୟତାକୁ ପୁଣିଥରେ ଲାଗୁ କରିବା ପାଇଁ ସେମାନେ ଏକାଠି ଲଢେଇ କରିବେ ବୋଲି କହିଛନ୍ତି। ୨୦୧୯ ଅଗଷ୍ଟ ୪ରେ ହୋଇଥିବା ଗୋପୁକର ଡିକ୍ଲାରେସନ ଅନୁଯାୟୀ ସବୁ ରାଜନୀତିକ ଦଳ ଏକାଠି ହୋଇଛନ୍ତି।