ନିର୍ବାଚନ ପର୍ଯ୍ୟବେକ୍ଷ ଡକାଇଲେ ସର୍ବଦଳୀୟ ବୈଠକ 

ଦେବଗଡ଼,ଏନ୍‌ଏନ୍‌ଏସ୍‌: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସୁପରିଚାଳନା ପାଇଁ ଜିଲ୍ଲା ନିର୍ବାଚନ ପର୍ଯ୍ୟବେକ୍ଷକ ଚନ୍ଦ୍ରକାନ୍ତ ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳକୁ ଆମନ୍ତ୍ରଣ କରାଯାଇ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନିରପେକ୍ଷ ଓ ସ୍ୱଛତା ସହ ପରିଚାଳନା ପାଇଁ ନିର୍ବାଚନ କମିଶନଙ୍କ ଆଚରଣ ବିଧିକୁ ସଠିକ ଢଙ୍ଗରେ ପାଳନ ପାଇଁ ପରାମର୍ଶ ଦେବାସହ ଭୋଟରଙ୍କୁ ପ୍ରଲୋଭିତ ନକରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଦଳ ପକ୍ଷରୁ ଉପସଭାପତି ସୁବାଷ ଚନ୍ଦ୍ର ଭୋଇ, ବିଜେପି ପକ୍ଷରୁ ଜିଲ୍ଲା ସଭାପତି ମୀନକେତନ ପ୍ରଧାନ, ବିଜେଡି ପକ୍ଷରୁ ସ୍ୱସ୍ତିକ ମହାପାତ୍ର ଓ ଆମ ଆଦମୀ ପାର୍ଟି ପକ୍ଷରୁ ପ୍ରଶାନ୍ତ ଜେନା ଅଂଶଗ୍ରହଣ କରିଥିବାବେଳେ ପ୍ରଶାସନ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜକିଶୋର ପାଇକରାୟ, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଅନ୍ୟପଟେ ସମସ୍ତ ଗଣମାଧ୍ୟମର ପ୍ରତିନିଧିଙ୍କୁ ଫଟୋ ଓ ଭିଡିଓ ଉତ୍ତୋଳନ ପାଇଁ ବାରଣ କରାଯାଇଥିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।